ଯିଭା୧୦
ସମୟକୁ ନଜର ନାହିଁ ମୋର। ଜାଣିନି କେତେ ଦିନ ବିତିଗଲାଣି ଅବା ଗୋଟେ ବି ଦିନ ଏପର୍ଯ୍ୟନ୍ତ ସରିନି। ବାବାଙ୍କ ସମାଧିଠୁ ଆସିବା ବେଳରୁ। ନା ଭୋକ ନା ଶୋଷ । ଏଇ ଗୋଟେ ଜାଗାରେ ମୁଁ ବସି ରହିଛି। ଶୋଉଛି, ଉଠୁଛି ଆଉ ପୁଣି ଶୋଉଛି। ଶୋଇଶୋଇ କେତେବେଳେ ଫ୍ୟାନ୍ ର ପଙ୍ଖା ଗଣୁଛି ତ କେତେବେଳେ କାନ୍ଥରେ ଲାଗିଥିବା ଟାଇଲ୍ ଗଣୁଛି। ପୂର୍ବରୁ ଯୋଉ ଟାଇଲ୍ ର ରଙ୍ଗ ସବୁ ଅଲଗା ଅଲଗା ହୋଇ ଜଣା ପଡୁଥିଲା, ଆଜି ସବୁ ପ୍ରାୟ ଏକା ପ୍ରକାର ଲାଗୁଛି। ବୋଧେ ଏକା ଲାଗିବାର ଫିଲ୍ ହିଁ ସେମିତି। ସବୁ ଶୂନ୍ୟ। ଏମିତିରେ , ଜୀବନରେ ଆଉ ରହିଲା ବି କ'ଣ? ସବୁ କିଛି ତ ହରେଇ ସାରିଲିଣି। ବାବା, ମାମା ସମସ୍ତେ ଚାଲିଗଲେ। ପୂର୍ବ ପରି କିଛି ବି ନାହିଁ। ଏତେ ନିଛାଟିଆ ଜୀବନ ମୁଁ କ'ଣ ପାଇଁ ପାଇଲି? ଏମିତି ଜୀବନ ମୁଁ ମୋ ନିଜପାଇଁ କରିଛି। ମୋର ରାଗ ଓ ଜିଦ୍ ପାଇଁ ହେଇଛି। ଆଉ ସେଥିପାଇଁ ମୋର କିଛି ଅଭିଯୋଗ ବି ନାହିଁ।
ହଠାତ୍ କରି କଲିଙ୍ଗବେଲ୍ ଟା ବାଜିବାରୁ ମୁଁ ଭାବନାରୁ ବାହାରି ଗଲି ସତ କିନ୍ତୁ କବାଟ ଯାଇ ଖୋଲିବାର ଈଚ୍ଛା ନାହିଁ। ଆଉଥରେ ବେଲ୍ ବାଜିବାରୁ ଉଠିଯାଏ ତ କିଏ ଜଣେ ଚିଠିଟେ ଧରି ଠିଆ ହେଇଛି।
Comments
Post a Comment