ତୁମେ ଆସିଲା ପରେ -୧
ଅଲିଭିଆ ଡୋରରେ ନକ କରି କୁହେ "ମେ ଆଇ କମ୍ ଇନ୍ ସର୍।"
ମୁଁ ମୋ ଲାପଟପ୍ ରୁ ଆଖି ନ ଉଠେଇ ତାକୁ କୁହେ "yes." ଅଲିଭିଆ ଚାଲି ଚାଲି ଆସି ମୋ ଟେବୁଲ ସାମ୍ନାରେ ଠିଆ ହୁଏ। ଉଣେଇଶ ବର୍ଷର ଅଲିଭିଆ ବହୁତ୍ ସୁନ୍ଦର। ଅଫିସ ଡ୍ରେସ ରେ ବେଶୀ ହିଁ ହଟ୍ ଦେଖାଯାଏ। ମୋର ଏଇ କଥା ଶୁଣି ଆପଣମାନେ ଭାବୁଥିବେ ଯେ ମୋର ଅଲିଭିଆ ଉପରେ ନଜର ଅଛି। ଅଫକୋର୍ସ ନଜର ଅଛି କାରଣ ସେ ମୋର ଆସିଷ୍ଟାଣ୍ଟ। ମୋର ପ୍ରତିଦିନିଆ ରୁଟିନ୍ ପାଇଁ ମୁଁ ତା ଉପରେ ନିର୍ଭର କରେ। କିନ୍ତୁ ଅଲିଭିଆ ବୟସ କମ୍ । ମୋ ଆଗରେ ଛୋଟ ଛୁଆ ଠୁ କିଛି କମ୍ ନୁହେଁ। ତାପରେ ବି ମୁଁ ମୋ କାମ ଆଉ ବ୍ୟକ୍ତିଗତ କଥାକୁ ଅଲଗା ରଖେ। ନଜର ଅଛି ଜରୁର୍ କିନ୍ତୁ ଖରାପ ନଜର ନୁହେଁ। ଅଲିଭିଆ ମୋ ଟାଇପ ର ବି ନୁହେଁ। ସେ କିଛି କାମରେ ଆସିଥିଲା ତ କହୁନି କଣ ପାଇଁ?
"ତୁମେ ଠିଆ ହେବା ପାଇଁ ଦରମା ନଉନ।" ମୁଁ ତାକୁ କୁହେ। କାରଣ ବେକାରରେ ସମୟ ନଷ୍ଟ କରିବା କିଛି ଦରକାର୍ ନାହିଁ ଯଦି ସେମିତି କିଛି ଜରୁରୀ କାମ ନାହିଁ ତ।
ଅଲିଭିଆ ସଙ୍ଗେ ସଙ୍ଗେ ତାର ଅନ୍ୟମନସ୍କତାରୁ ବାହାରି ଆସି କୁହେ,
" sorry sir. ଆମ କମ୍ପାନୀ ବିରୁଦ୍ଧରେ ରେ କେହି ଜଣେ ଅର୍ଟିକଲ ଲେଖିଛି।"
ଏବେ ସେ ଯାହା କହିଲା ମୋତେ ଲାଗୁଚି କି କଥାରେ ଦମ୍ ଅଛି।
ମୁଁ ମୁଣ୍ଡ ଟେକି ତାକୁ ଅନାଏ ଆଉ ପଚାରେ "କୋଉ ଡିପାର୍ଟମେଣ୍ଟ?"
ସେ ଡେରି ନ କରି ଉତ୍ତର ଦିଏ " ଏନଭିରୋମେଣ୍ଟ."
ଏମିତି କଣ ହେଲା ଯେ କଥା ସିଧା ପରିବେଶ ଉପରେ ରହିଲା। ମୁଁ ଲାପଟପ୍ ଖୋଲି ଦେଖେ ତ ଆର୍ଟିକଲ ଆସିଛି।
ହେଡଲାଇନରେ ଲେଖା ହେଇଛି " ଦି ଟାଇଟଲସ୍: ଫର୍ମାଉଟିକଲ୍ସ company produces 5 Percent of city's waste." ତା ତଳକୁ ତଳ ଆହୁରି ବହୁତ୍ ଜିନିଷ ଲେଖା ହେଇଛି ଯେ କେମିତି ଆମ ମନ୍ୟୁଫେକ୍ଚରିଂ ୟୁନିଟ୍ ରୁ ବାହାରୁଥିବା ଆବର୍ଜନା ସବୁ ପଲୁସନ କରୁଛି। କେହି ଜଣେ ସାମ୍ବାଦିକ ଏଇଟା ଲେଖିଥିବା କଥା କୁହା ଯାଉଛି।
"ଆଉ ସେ ସାମ୍ବାଦିକ କିଏ ତୁମେ ଏଯାଏଁ ଜାଣିନ। "
"ମିସ୍ ଜିଭାଙ୍କା ମାର୍ଟିନ। ଏଇ ନିଉଜ୍ ଯାହାର ତାଙ୍କ ନାଁ।"
" ଅଲିଭିଆ, ତୁମେ ଡ୍ରିଲ ଜାଣିଛ। ନିଉଜ ହଟାଅ। କମ୍ପେନ୍ସେସନ ଦିଅ। ଜଷ୍ଟ clear it out."
" Sir, ଏଇଥର ମ୍ୟାଟର ଏତେ ସହଜ ରେ ତୁଟିବନି। Pollution control board ru check କରିବାକୁ ଆସୁଛନ୍ତି। କିନ୍ତୁ ଏଇଥିରେ ଆଉ କାହାର ଭିତିରିଆ ହାତ ଅଛି ନହେଲେ ସିଷ୍ଟମ ଏତେ ଜଲଦି କାମ କରେନି। ଆମ କେସ ରେ ଏଇ ନି଼ଉଜ୍ ପ୍ରକାଶିତ ହେବାର ଘଣ୍ଟା ଟେ ପୁରିନି ଅଥଚ ଆମ କମ୍ପାନୀ ଯାଞ୍ଜ ହେବାକୁ ଯାଉଛି। "
"ଆମ କମ୍ପାନୀର ପରିବେଶ ପ୍ରତି ସଚେତନତା ଯେତିକି ରହିବା କଥା ଅଛି। ସବୁବର୍ଷ ଆମ କମ୍ପାନୀର ୱେଷ୍ଟେଜ କୁ ମ୍ୟାନେଜ କରିବା ପାଇଁ ପଦକ୍ଷେପ ନିଆଯାଉଛି । ଚିନ୍ତା କରିବାର କିଛି କାରଣ ହି ନାହିଁ।"
କିଛି ସମୟ ପରେ ଯାଞଚ୍ କରିବା ପାଇଁ pollution department ରୁ ଦି ଜଣ ଲୋକ ମଧ୍ୟ ଆସି ପହଞ୍ଚିଲେ। ଅଲିଭିଆ ସେମାନଙ୍କୁ ମୋ ଅଫିସ ରେ ଆଣି ପହଞ୍ଚିବାରୁ ସେମାନେ ମୋତେ ଦେଖି କହିଲେ "ହ୍ୟାଲୋ ମିଷ୍ଟର୍ ଟାଇଟଲ୍ ।" । ମୁଁ ସେମାନଙ୍କୁ ହାତ ମିଶେଇ ଉତ୍ତର ଦିଏ "ନାଇସ୍ ଟୁ ମିଟ ୟୁ।" ଯଦିଓ ମୁଁ ଭଲରେ କଥା କହୁଥିଲି ତଥାପି ମୋ ମୁହଁ ର ଅଭିବ୍ୟକ୍ତି ରୁ ସେମାନେ ଠଉରାଇ ପାରିଥିଲେ ଯେ ସେମାନଙ୍କ ଆସିବାରେ ମୁ ଖୁସି ନାହିଁ। ଏଇ ସହରର ଗୋଟେ ନାମଜ୍ୟାଦା ସି. ଇ.ଓ ମୁଁ ଆଉ ଏଇମାନେ ଆସିଛନ୍ତି ମୋ କମ୍ପାନୀକୁ ଯାଞ୍ଚ କରିବାକୁ। ମୋ ରେପୁଟେସନ ପାଇଁ ୟାଠୁ ଖରାପ ଆଉ କିଛି ନୁହେଁ କିନ୍ତୁ ମୁଁ ବି ପେନ୍ନ ଟାଇଟଲ। ଏଇ ଜିନିଷ କୁ କେମିତି ରେପୁଟେସନ୍ ଆଣିବାପାଇଁ ବଦଳାଯାଇ ପାରିବ ମୁଁ ଜାଣିଛି। ଠିକ୍ ସେତିକି ବେଳେ ମୋ ଅଙ୍କଲ ପିଟର ଟାଇଟଲ ଆସି ପହଞ୍ଚନ୍ତି ମୋ ଅଫିସରେ। ଡାଡ୍ ଙ୍କ ଭାଇ। ଡାଡ୍ ଙ୍କ ଯିବା ପରେ ସେ ହିଁ ମୋ ପାଖେ ପାଖେ ରହି ଆସିଛନ୍ତି।
ସେ ସେମାନଙ୍କୁ ଉଇଶ୍ କରି କୁହନ୍ତି " such a nice timing. ମୁଁ ଠିକ୍ ସେଇ ସମୟରେ ଆସିକି ପହଞ୍ଚିଛି ଯେତେବେଳେ ଦି ଗ୍ରେଟ୍ ପେନ୍ନ ଟାଇଟଲର କମ୍ପାନୀ ନାଁ ରେ ଦାଗ ଲାଗିବାକୁ ଯାଉଛି।" ଏତିକି କହି ସେ ନିଜକୁ ନିଜେ ଯାଇ ପାଖରେ ଥିବା ସୋଫା ଉପରେ ବସି ଯାଆନ୍ତି ଆଉ ଶୋ ଦେଖିଲା ପରି ନିଜକୁ ଏଣ୍ଟର୍ଟେନ କରନ୍ତି। ତାଙ୍କୁ ଦେଖି ମୋ ରାଗ ମୋ ବେକ ପାଖରୁ ଯାଇ ମୋ ମୁଣ୍ଡରେ ପଚଞ୍ଚିଲାଣି। ମୋତେ ଏଇ nonsense department ଆସିଥିବା ଲୋକମାନଙ୍କୁ ବି ଟ ଦେଖିବାକୁ ପଡ଼ିବ। ଅଲିଭିଆକୁ ଡାକିବାରୁ ସେ ଆସି ସବୁ ଜରୁରୀ ଫାଇଲ ଆଣି ଆସିଲା।
କିନ୍ତୁ ମୁଁ ସେମାନଙ୍କୁ କିଛି କହିବା ପାଇଁ ଯାଏ ତା ଆଗରୁ ସେମାନେ ମୋତେ କହିଲେ " ଉଇ ଆର ରିଏଲି ସରୀ ମିଷ୍ଟର ଟାଇଟଲ୍। ଆମେ ଜାଣି ନଥିଲୁ ଯେ ଏଇଟା ଆପଣଙ୍କ କମ୍ପାନୀ। ଆମକୁ କମ୍ପାନୀ ର ନାଁ ଜଣା ହେଇନଥିଲା। ଜାଣିଥିଲେ ଆମେ ଏଇଠିକୁ ଆସିନଥାନ୍ତୁ।"
ବିଚରା ଲୋକଗୁଡ଼ା ଭୟରେ ଥରୁଛନ୍ତି। ମୁଁ ଅଳ୍ପଟିକେ ଅହଙ୍କାରୀ ହସ ପକେଇ କହିଲି " ଆପଣ ଆସିଲେ ଭଲ କଲେ। ଏବେ ଆପଣ ଯାଇ ସେଇୟା ମୋ କମ୍ପାନୀ ବିଷୟରେ ଲେଖିବେ ଯାହା ମୁଁ କହୁଚି। ପେନ୍ନ ଟାଇଟଲର କମ୍ପାନୀ ରେ କିଛି ଭୁଲ ନଥିଲା କି ଏବେ ବି ନାହିଁ। ଆଉ ବି ଆଗକୁ ହବନି। "
ଅଙ୍କଲ ପିଟରଙ୍କ ଉଦେଶ୍ୟରେ ତାଙ୍କୁ ଟିକେ ତୀକ୍ଷ୍ଣ ନଜର ପକେଇ କହିଲି " ମୁଁ ଠିକ୍ କହିଲି ନା।" ସେତେବେଳକୁ ଅଙ୍କଲ ପିଟର ମୋତେ ଦେଖି ଦାନ୍ତ କଡମଡ କରିପକାଉଛନ୍ତି। ଯେତେ ଭିତରେ ଭିତରେ ରାଗିଲେ ବି ସେ ମୋର କିଛି କରିପାରିବେନି କାରଣ ସେତିକି ପାୱାର ମୋର ତାଙ୍କ ଉପରେ ଅଛି। ଡାଡ୍ ଙ୍କ ପାଇଁ ସିନା ସେ ଏଇ କମ୍ପାନୀର ପ୍ରେସିଡେଣ୍ଟ ହେଇ ଅଛନ୍ତି କିନ୍ତୁ ତାଙ୍କର ରିଟାୟାରମେଣ୍ଟ ଦିନ ପାଖେଇ ଆସୁଛି। ଅଙ୍କଲଙ୍କୁ ଏଇ ଜୀବନରେ ନୁହେଁ କମ୍ଏପନ୍ଇy ଚାଲିବାକୁ ଶିଖିବାକୁ ସାତ ଜନ୍ମ ଲାଗିବ। କମ୍ପାନୀକୁ ମୁଁ ସି. ଇ. O ଥିବା ବେଳେ ହିଁ ସଫଳତାର ଶୃଙ୍ଗ ରେ ପହଞ୍ଚେଇଛି। ମୁଁ କେବଳ ମୋ ଡାଡଙ୍କୁ ଦେଇଥିବା କଥାରେ ବାନ୍ଧି ହେଇଯାଇଛି ନହେଲେ ୟାଙ୍କୁ ମୁଁ କେବେଠୁ ମୋ ରାସ୍ତାରୁ ସଫା କରି ସାରିଥାନ୍ତି। ଅଙ୍କଲ କିଛି ନକହିବାରୁ ମୁଁ ସେମାନଙ୍କ ଆଡେ ପୁଣି ଦେଖି କହିଲି "ଅଫକୋର୍ସ ଆପଣ ଖାଲି ହାତରେ ଯାଉନାହାନ୍ତି।"
ଅଲିଭିଆକୁ ଚେକବୁକ୍ ରେ ସାଇନ୍ କରି କହିଲି "ଟ୍ରଂସାକ୍ସନ କରେଇଦବ।" ପୁଣି ସେଇ ଲୋକ ଦି ଜଣଙ୍କୁ ଦେଖି କହିଲି " ଧନ୍ୟବାଦ୍। ଆପଣଙ୍କ ଅତିଥି ଚର୍ଚ୍ଚା ଆପଣଙ୍କ ଏକାଉଣ୍ଟ୍ ରେ ପହଞ୍ଚିଯିବ।"
ମୁଁ ରାଗୀ ସ୍ୱଭାବର ମାନେ ଏଇୟା ନୁହେଁ ଯେ ମୁଁ କୋଉ କାମ କେମିତି କରାଯିବ ଜାଣେନି। ଏଇ ଲୋକଙ୍କୁ ଟଙ୍କା ଦେଇ ନିଜ ପକେଟ୍ ରେ ରଖିବାକୁ ବେଶୀ ସମୟ ଲାଗେନା । ସବୁ ଜିନିଷର ଦାମ ଅଛି ଆଉ ଏଇ ଦୁନିଆରେ ସବୁ କିଛିତ ବେପାର ହିଁ ଚାଲିଛି। ଆଉ ବାକି ରହିଲା କରପ୍ସନ ବା ଦୁର୍ନୀତି। ମୁଁ ଏଇ ବିଜନେସ ୱାଲ୍ଡ ରେ ପାଦ ଦେବା କ୍ଷଣି ହିଁ ଦୁର୍ନୀତିକୁ ଆପଣେଇ ଥିଲି। ମୁଁ ଦୁର୍ନୀତି ରୁ ଉର୍ଦ୍ଧ୍ୱରେ ନୁହେଁ କିନ୍ତୁ ମୋ ପ୍ରିନ୍ସିପଲକୁ ଚାହିଁ ମୁଁ ସବୁ ବେଳେ କାମ କରେ। ସେଇ ଲୋକମାନେ ଗଲା ପରେ ମୁଁ ମୋ ଅଙ୍କଲ ଙ୍କ ଆଡେ ଦୃଷ୍ଟି ପକେଇ କହିଲି " ଗେଟ୍ ଆଉଟ୍। ବାହାରି ଯାଆନ୍ତୁ ଏଇଠୁ। ଆଉ ହଁ ଆଗକୁ ଏମିତି ଦୁର୍ବାର ଖେଳ କେବେ ମୋ ସହ ଖେଳିବେନି। ନହେଲେ ବହୁତ୍ ମହଙ୍ଗା ପଡ଼ିବ।"
ଅଙ୍କଲ ସେଇଠୁ ଚାଲିଗଲେ। ଭଲ ସେମିତି ହିଁ ହେବା କଥା। ଏଇଠି ମୋ ଇନସଲ୍ଟ ହେବା ଦେଖିବାକୁ ଆସିଥିଲେ। କୁଜି ଅସରପା କୋଉଠି କାର। ଏବେ ବି କାମ ଆହୁରି ବାକି ଅଛି। ସିନା କମ୍ପାନୀର ନାଁ ଖରାପ ହେବାରୁ ବଞ୍ଚିଗଲା କିନ୍ତୁ ଦୋଷୀ ଏବେ ବି ଖୋଲାରେ ବୁଲୁଛି। ଆଉ ମୋ ଦୋଷୀ ଉପରେ ନର୍କ ଯନ୍ତ୍ରଣା ନ ବର୍ଷିଲା ଯାଏଁ ଏ ମନକୁ ଶାନ୍ତି ମିଳିବନି। ମୁଁ ଅଲିଭିଆ କୁ ଦେଖି କୁହେ " ମିସ୍ ମାର୍ଟିନ ରାଇଟ୍। ମିଟିଂ ଫିକ୍ସ କରାଅ।"
"ଯଦି ନ ଆସିଲେ ତାହେଲେ?" ଅଲିଭିଆ ପ୍ରଶ୍ନ କରେ। ମୁଁ ତାକୁ ଟିକେ ହସି କୁହେ
"ମାଇକେଲ କୁ ଡକାଅ । ସେ ସବୁ solve କରିଦେବ। "
"ଓକେ ସର୍।" ଏହା କହି ଅଲିଭିଆ ନିଜ ଜାଗାକୁ ଫେରିଯାଏ। ଆଉ ମୁଁ ଅପେକ୍ଷା କରେ ସେଇ ମୁହୂର୍ତ୍ତ କୁ ଯେତେବେଳେ ମୁଁ ମୋ ରାଗକୁ ସେଇ ଲୋକ ଉପରେ ସୁଝେଇବି ଯିଏ ମୋ ନାଁ ରେ ଅପପ୍ରଚାର କରିଛି।
Comments
Post a Comment