ତୁମେ ଆସିଲା ପରେ -୨
ଯିଭା....
ମୁଁ କନଫରେନ୍ସ ରୁମ ଭିତରକୁ ଯାଇ ଦେଖେ ତ ମୋ ଆଶ୍ଚର୍ଯ୍ୟର ସୀମା ରହିଲାନି। ସେଠି ତିନିଜଣ ଥିଲେ। ଜଣେ ଥିଲେ ଟାଇଟଲ କମ୍ପାନୀ ର ପ୍ରେସିଡେଣ୍ଟ ମିଷ୍ଟର ପିଟର ଟାଇଟଲ, ଅନ୍ୟ ପଟେ ଥିଲେ ସେହି କମ୍ପାନୀର ସି. ଇ.ଓ , ମିଷ୍ଟର ପେନ୍ ଟାଇଟଲ ଆଉ ତୃତୀୟ ବ୍ୟକ୍ତି ଜଣଙ୍କ ମୋ ଏମ୍ପ୍ଲୋୟର। ମୁଁ ଯୌର୍ଣାଲିଷ୍ଟ ଭାବେ ଯେଉଁ ଖବରକାଗଜ ' ୱର୍ଲ୍ଡ ନାଓ ' ପାଇଁ କାମ କରେ ସେଠାର ଡିରେକ୍ଟର ହେଉଛନ୍ତି ମୋ ଏମ୍ପଲୋୟର, ସେ ବି ଏଇଠି ଅଛନ୍ତି। Shit, ମୁଁ ଜାଣି ପାରୁଛି ଯେ ଏଇ news ପବ୍ଲିଶ ହେବା କାରଣରୁ ତାଙ୍କୁ ବି ଏମାନେ ଜୋରଜବରଦସ୍ତି ନେଇ ଆସିଛନ୍ତି। ପ୍ରଥମେ ମୋତେ ଦେଖନ୍ତି ଟାଇଟଲ କମ୍ପାନୀ ର ପ୍ରେସିଡେଣ୍ଟ, ଆଉ ସେ ମୋତେ ଦେଖି ହସନ୍ତି। ନାଁ ଏଇଟା ହସ ନୁହେଁ। ମୋତେ ଲାଗୁଚି ହସ ପରି କିନ୍ତୁ ଏଇଟା ଆଉ କିଛି ଯେମିତି ସଟିସ୍ଫେକ୍ସନ। ତାଙ୍କ ହସ ଠିକ୍ ସେମିତି ଲାଗୁଛି ଯେମିତି ବାଘ ହାବୁଡ଼ରେ ହରିଣୀ ଧରିପଡ଼ିବା ପରେ ବାଘର ଛଳନାର ହସ। ସେ ଯାହା ବି ହେଉ, ମୁ ତାଙ୍କ ଆଦି ଦୃଷ୍ଟି ଛଡେଇ ଆଣି ଆମ ଡାଇରେକ୍ଟର ଙ୍କୁ ଦେଖେ। ସେ କିନ୍ତୁ କାହାକୁ ଦେଖିଲା ପରିସ୍ଥିତିରେ ନାହାନ୍ତି। ତାଙ୍କ ମୁହଁରୁ ରଙ୍ଗ ଉଡ଼ିଯାଇଛି। ଉପରକୁ କିଛି କହୁ ନଥିଲେ ମଧ୍ୟ ତାଙ୍କ ଚେହେରାରୁ ବେଶ୍ ଜଣା ପଡୁଛି ଯେ ସେ ଭୟରେ ଥରହର।
ସବୁଠୁ ଶେଷରେ ମୋ ଆଖି ଯାଇ ପଡ଼େ ପେନ୍ ଟାଇଟଲ ଉପରେ। ବୟସ ପାଖାପାଖି ସତେଇଶ ଛୁଇଁବ। କିନ୍ତୁ ମୁହଁରୁ ଚବିଶ ପରକୁ ଜଣ ହିଁ ପଡୁନି। ବ୍ଲାକ ବ୍ଲେଜେର୍ , ହ୍ୱାଇଟ୍ ସାର୍ଟ, କଲର ବଟନ୍ ଖୋଲା ସାଙ୍ଗକୁ ଟାଇ ଟା ଲୁଜ ହେଇ ଝୁଲିଛି। ମାଇଁ ଗୁଡନେସ... କଣ ଦେଖା ଯାଉଛନ୍ତି। ଠିକ୍ ସେତିକିବେଳେ ସେ ତାଙ୍କ ଫୋନ କାଟିଦେଇ ସିଧା ମୋ ମୁହଁକୁ ଚାହିଁଦେଲେ। ବାପ୍ ରେ .... ଧରା ପଡ଼ିଗଲିକି ଆଉ।ସାଙ୍ଗେ ସାଙ୍ଗେ ଏଇଆଡେ ସେଇଆଡ଼େ ମୁଁ ଦେଖିବାର ଅଭିନୟ କରେ, ତାଙ୍କୁ ଯେମିତି ଜଣା ନପଡୁ ଯେ ମୁଁ ତାଙ୍କୁ ଦେଖୁଥିଲି। ସମାନ ସମୟକୁ ମିଷ୍ଟର ପିଟର ମୋତେ କହିଲେ ଯେ"ମିସ୍ ମାର୍ଟିନ। "
ମୁଁ ଚମକି ପଡ଼ି ତାଙ୍କୁ ଦେଖିବାରୁ ସେ ମୋତେ ଛଳନାର ହସ ହସି କୁହନ୍ତି " ଆମ କମ୍ପାନୀ ଵିରୁଦ୍ଧ ରେ ଲେଖି ବହୁତ୍ ସାହସିକତା ର କାମ କରିଛ ତୁମେ। ବହୁତ୍ ଦିନ ପରେ କେହି ଆମ ପେନ୍ ମୁହଁକୁ ଟେକା ଫୋପାଡ଼ିଛି। ନୁହେଁ ପେନ।" ମୁଁ ବୁଝି ପାରୁନି ସେ ମୋତେ ପ୍ରଶଂସା କରୁଛନ୍ତି ନା ପେନ୍ କୁ ରଗଉଛନ୍ତି। ଯଦିଓ ସେ ମୋତେ କହୁଥିଲେ ତଥାପି ତାଙ୍କ କଥାରୁ ଲାଗୁଥିଲା ଯେ, ସେ ପେନକୁ ହିଁ ଦେଖେଇ ଶିଖେଇ କହୁଛନ୍ତି। ମୁଁ କୁହେ ଯେ "ମୁଁ କେବଳ ଲୋକଙ୍କ ସଚେତନତା କୁ ଦୃଷ୍ଟି ଦେଇ ଲେଖିଛି। "
ମୋ ମୁହଁରୁ କଥା ସରିନି ଆଉ ପଲକ ଝପକିଲା ଭିତରେ ପେନ ଆସି ମୋ ଆଗରେ ହାଜର। ତାକୁ ଦେଖି ମୋ ପିଳେହି ପାଣି ହେଇଯାଉଛି। ଦୂରରୁ ସିନା ଏତେ ହାଣ୍ଡସମ ଦିଶୁଥିଲା କିନ୍ତୁ ପାଖରୁ ସେତିକି ଖତରନାକ ଦିଶୁଛି। ସେତେବେଳେ ମନଟି ତା ପାଇଁ ଯୋଉ ପର ଲଗେଇ ଖଣ୍ଡିଉଡା ଦବାକୁ ଯାଉଥିଲା, ମୋଡ଼ି ମାଡ଼ି ହେଇ ଝାଉଁଳି ପଡ଼ି ବସିଗଲା।
"ଲୋକଙ୍କୁ ସଚେତନ ସତ ଲେଖି କରାଯାଏ ଯିଭାଙ୍କା, ମିଛ ନୁହେଁ।" ତା କଠୋର ଶବ୍ଦ ମୋ କାନରେ ପଡ଼ିବା ମାତ୍ରେ ମୋ ପାଦ ଟଳମଳ ହେବାକୁ ଲାଗେ। ମୁଁ ପାଦେ ପଛକୁ ଘୁଞ୍ଚି କୁହେ"ମୁଁ ମିଛ ଲେଖିନି। ମୁଁ ରିସର୍ଚ୍ଚ କରି ସରିଚିମ୍ ମୋ ରିପୋର୍ଟ ମିଛ ନୁହେଁ।":
" କିନ୍ତୁ ତୁମ ରିପୋର୍ଟ ପୁରାପୁରି ସତ ବି ନୁହେଁ। କେବଳ ଅଧା ସତ ଲେଖି ତୁମେ ମୋ କମ୍ପାନୀର ନାଁ ଖରାପ କରୁଛ।"
ହଁ ଅଧା ସତ ତ ରିପୋର୍ଟ ରେ ଅଛି, କାରଣ ରିପୋର୍ଟ ମୋ ନାଁ ରେ ପ୍ରକାଶ ପାଇବା ପରେ ମୁଁ ଖୋଜି ଜାଣିବାକୁ ପାଇଥିଲି ଯେ ପ୍ରତିବର୍ଷ ସେ ଏକ କୋଟି ଟଙ୍କା ଖାଲି ୱେଷ୍ଟ ମ୍ୟାନେଜମେଣ୍ଟ ରେ ଲଗାନ୍ତି। ହେଲେ ଏଇସବୁ ସୁବିଧା ବିଷୟରେ ସେ article re କିଛି ଲେଖା ହେଇନି। କିନ୍ତୁ ସବୁ ଶୁଣି ମିଷ୍ଟର ସ୍ମିଥ ଚୁପ୍ କାହିଁ ଅଛନ୍ତି। ମୁଁ ମୁହଁ ଫିଟେଇ ଡାଇରେକ୍ଟରଙ୍କ ଆଡ଼କୁ ଚାହିଁ କୁହେ" ମିଷ୍ଟର୍ ସ୍ମିଥ୍, ଆପଣ କିଛି କହୁନାହାନ୍ତି କଣ ପାଇଁ? " ସେ କିଛି ନ କହି ଚୁପ୍ ରହିବା ଦେଖି ମୋତେ ହୃଦୟଙ୍ଗମ ହୁଏ ଯେ ମୋତେ ମିଛ ଦୋଷରେ ଅରୋପୀ କରିବା ପାଇଁ ପେନ ଆଗରେ ସେ ଚାହାନ୍ତି। ହେ ପ୍ରଭୁ... ମୁଁ ଏତେ ଵୋକୀ କେମିତି ହେଇ ପାରିଲି। ସବୁ କଥା ଟା ମୋ ଆଖି ଆଗରେ ଥିଲା। ଏଡ଼ିଟର ମୋତେ ଆଣି ରିପୋର୍ଟ ପିସ୍ ଟା ଦେବା ଆଉ ଡାଇରେକ୍ଟର ଙ୍କ ନାଁ କହିବା ଯେ ସେ ଅସୁସ୍ଥ ଅଛନ୍ତି କିନ୍ତୁ ତାଙ୍କ ଲେଖାଟି ଆଜି ପୁବ୍ଲିଶ ହେବା ଜରୁରୀ, ଆଉ ସେଥିପାଇଁ ସେ ମୋ ନାଁ ରେ ସେହି ଲେଖାଟି ପ୍ରକାଶ କରିବାକୁ କହୁଛନ୍ତି। ଡାଇରେକ୍ଟର ପୂର୍ବରୁ ଜାଣିଥିଲେ ଆଉ ଜାଣିଶୁଣି ମୋତେ ବାଘ ଛାଲ ଭିତରେ ମେଣ୍ଢା ସଜେଇ ଜଙ୍ଗଲକୁ ଛାଡ଼ିଲେ। ମୁଁ ତାଙ୍କୁ କୁହେ" ଆପଣ ନେଇଥିଲେ ଟଙ୍କା । ଆପଣ ହିଁ ମୋତେ ଦେଇଥିଲେ ସେ ରିପୋର୍ଟ ପବ୍ଲିଶ୍ କରିବା ପାଇଁ ଆଉ ସବୁକିଛି ତରବରିଆ ଭାବରେ କରିଥିଲେ ଯେମିତି ମୁଁ କିଛି ଭାବିବା ପାଇଁ ସମୟ ପାଇବି ନାହିଁ। ଆପଣ ପୂର୍ବରୁ ସବୁ ଜାଣିଥିଲେ। ଆପଣ ଜାଣିଥିଲେ ଯେ ଏଇ ଲେଖାଟି ଯିଏ ଲେଖିବ ଟା ଉପରକୁ ବିପଦ ମାଡ଼ି ଆସିବ । ଆଉ ସେ ବିପଦକୁ ଆପଣ ମୁଣ୍ଡେଇବା ପାଇଁ ଚାହାନ୍ତି ନାହିଁ। ହେଲେ ମୁଁ ହିଁ କାହିଁକି ? "
ମୁଁ ପ୍ରଶ୍ନ ପଚାରି ଉତ୍ତର ପାଇଁ ଅନେଇ ରୁହେ କିନ୍ତୁ ସେ ମୋ ଆଡେ ନ ଚାହିଁ ପେନ୍ ଆଡେ ଦେଖି କୁହନ୍ତି " ନା। ଏ ମିଛ କହୁଛି। ସେ ନିଜେ ଏଇ ଲେଖା ଲେଖିଛି। ତୁମେ ନିଜେ କୁହା ଯେ କେହି ବି ଆସି ଲେଖାଟି ଦେଲେ କଣ କେହି ନିଜ ନାଁ ରେ ତାକୁ ପ୍ରକାଶନ କରେ। "
ମୁଁ କିଛି କହିବା ଆଗରୁ ପେନ୍ ଆଡେ ଦେଖେ, ମୋତେ ଲାଗୁଛି, ପେନ୍ ମୋ କଥାକୁ ହିଁ ବିଶ୍ୱାସ କରୁଛି। ତା ମୁହଁ ରେ ମୋ ପ୍ରତି ବିଶ୍ଵାସ ନଥିଲେ ବି ଅବିଶ୍ୱାସ ପରି ଭଙ୍ଗୀ ତା ମୁହଁରେ ନାହିଁ। ସେତେବେଳେ ନୀରବତା ଭଙ୍ଗ କରି ମିଷ୍ଟର ପିଟର କୁହନ୍ତି ," ସ୍ମିଥ ସତ କହୁଛି। ଏତେ ଵୋକୀ ଟା ତୁମେ ହେଇନଥିବ, ଯେ Robertstonepet ରେ ରହି ପେନ୍ ଟାଇଟଲର ନାଁ ଶୁଣି ନଥିବ। ତା ' ମାନେ କଣ ପେନ୍ ର ମୁହାଁ ମୁହିଁ ହେଇ କେହି ଅକ୍ଷତ ଅବସ୍ଥାରେ ଚାଲିଯିବ?"
ତାଙ୍କ ମୁହଁ ରୁ କଥା ସରୁ ସରୁ ପେନ୍ କାହାକୁ ଦକ ପକାଏ। " ଭିତରକୁ ଆସ।" ସାଙ୍ଗେ ସାଙ୍ଗେ ତିନି ଜଣ ବଡ ବଡ଼ ଲୋକ ବ୍ଲାକ ହୁଡି ଆଉ ଜିନ୍ସ ପ୍ୟାଣ୍ଟ୍ ରେ ଆସି ଠିଆ ହୁଅନ୍ତି। ପେନ୍ ର ଇଶାରା ମାତ୍ରକେ ସେମାନେ ସିଧା ମୋତେ ଧରିନେଲେ। "କଣ ହଉଛି ଏଇସବୁ?" ମୁଁ ଯେତେ ବଡ଼ ପାଟିରେ ଚିତ୍କାର କଲେ ବି ମୋ କଥାକୁ କେହି କାନ ନଦେଇ ମୋତେ ଭିଡ଼ି ଆଣି ଚେୟାର ଉପରେ ବସେଇ ଦେଉଛନ୍ତି। ଛାତି ଭିତରଟା ଦାଉଁ ଦାଉଁ ହେଇଯାଉଛି। କଣ ନାଇଁ କଣ କରି ବସିବେ ମୋ ସହିତ। ଦି ଜଣ ଲୋକ ମୋ ହାତ ଧରି ଚେୟାର ସହିତ ବାନ୍ଧୁଛନ୍ତି । ଆଉ ମୁଁ ଛାଟିପିଟି ହେବାରୁ ଆଉ ଜଣେ ଲୋକ ମୋ ବେକ ପାଖରୁ ଧରିନେଇ ଜୋର୍ ରେ ଚେୟାର ଉପରେ ବସେଇ ମୋ କାନ୍ଧକୁ ଚପେଇ ରଖିଛି, ଯେମିତି ମୁଁ ସେଠୁ ହଲି ସୁଦ୍ଧା ପାରିବି ନାହିଁ।
ପେନ୍ ମୋ ପାଖକୁ ଆସେ । ତା ହାତରେ ଥାଏ ଗୋଟେ ଇଙ୍କ-ପେନ୍। ମୋତେ ଧୀର ଗଳାରେ ପଚାରେ" ସତ କୁହ। କିଏ ପଇସା ଦେଇଥିଲା ତୁମକୁ ଲେଖିବାକୁ?"
ରାଗ ଆଉ ଘୃଣରେ ମୋ ମନ ଦେହ ଭରି ଯାଉଥାଏ।
" ଓଃ.... ତୁମେ ଜାଣିଲ ତାହେଲେ ଯେ, ସେ ଲେଖା ମୋର ନୁହେଁ। କିନ୍ତୁ ହଁ, ମୋତେ କେହି ପଇସା ଦେଇ ନାହାନ୍ତି। ମୁଁ ନିଜେ ଲେଖିଛି। ସେ ଯାହାବି ହେଉ, ସତ ହିଁ ତ ବାହାରକୁ ବାହାରିଛି। "
ମୁଁ ଛେପ ଢ଼ୋକି କୁହେ" ଆଉ ଏଠୁ ଗଲା ପରେଭ୍ୟୁମାର ଏଇ ଭଦ୍ର ମୁଖା ତଳେ ଯୋଉ ଖଳ ପ୍ରକୃତିର ଲୋକଟା ବସିଛି, ସେଇଟା ବି ସମସ୍ତଙ୍କୁ ଜଣେଇବି। ନିଜ କାମ ହାସଲ କରିବା ପାଇଁ ତୁମେ କେତେ ତଳକୁ ଖସିଯାଇ ପାର। ଗୋଟେ ଏକୁଟିଆ ଝିଅକୁ ଏଠି ଏମିତି ବ୍ୟବହାର କରିବାକୁ ଖରାପ ଲାଗୁନି?"
ପେନ୍ ମୋତେ ଗୋଟେ ଅହଂ - ହାସ୍ୟ ପକେଇ କୁହେ
" କୁହ, ସମସ୍ତଙ୍କୁ କୁହା। ମୋର ତ କିଛି ବି ହବନି, କିନ୍ତୁ ତୁମକୁ ଲୋକ ଛେପ ପକେଇବେ। ଆଉ ହଁ, ମୁଁ ଜାଣି ସାରିଲିଣି ଯେ ତୁମର ସେ ଲେଖା ନୁହେଁ, ନହେଲେ ତୁମେ ମୋତେ ଜାଣିଥାନ୍ତ।" ଟିକେ ରହିଯାଇ ତଳକୁ ନଇଁ ମୋ ଆଖିରେ ଆଖି ମିଶେଇ ସେ ଇଙ୍କ - ପେନ୍ ଟା ମୋ ଗାଲରେ ରଖି ତଳକୁ ଆଣି ବେକର ମଝା ମଝି ରଖି ଚାପ ପକାଉଥାଏ। କଲମ ଟା ଗେଞ୍ଜି ହେବାରୁ ମୋତେ ଟିକେ କଷ୍ଟ ହେଉଥାଏ। ତଥାପି ମୁଁ ଡରି ନଯାଇ ପେନ୍ କୁ କୁହେ
" ଏବେ ମୁଁ ଜାଣି ସାରିଛି ଯେ ତୁମେ କେତେ କଦର୍ଯ୍ୟ ମାନସିକତାର ବ୍ୟକ୍ତି।" ପେନ୍ ମୋ କଥାକୁ ଭ୍ରୁକ୍ଷେପ ନକରି କୁହେ
" ଯଦି ତୁମେ ମୋତେ ଚିହ୍ନିଥାଆନ୍ତ , ତାହେଲେ ମୋ ଆଗରେ ଏମିତି ବଡ଼ ପାଟିରେ ସାହସ କରି କଥା କହୁନଥାନ୍ତ। ଆଉ କାହାଠୁ ପୁଳାଏ ଟଙ୍କା ନେଇ ମୋ ନାଁ କୁ ଖରାପ କରିବାର ବୃଥା ଚେଷ୍ଟା କରି ନଥାନ୍ତ। ଯଦି କଦର୍ଯ୍ୟ ମାନସିକତା ମୋର, ତେବେ ତୁମେ କଣ?"
ଧୀରେ ଧୀରେ ବେକ ପାଖରୁ କଲମଟି ମୋ ଛାତି ଉପରେ ଘୋଷାରି ଆଣି ମୋ ହାତ ଉପରକୁ ଆଣେ ପେନ୍। ଛାତି ଦୁମ୍ ଦୁମ ସାଙ୍ଗକୁ ନିଃଶ୍ୱାସ ପ୍ରଖର। ଅବେଗକୁ ନିଜ ଭିତରେ ହିଁ ଚାପି ରଖିବା ପାଇଁ ମୁଁ ଜୋର୍ ରେ ହାତ ମୁଠା କରିବାରୁ ନଖ ମୋ ହାତ ପାପୁଲିରେ ଗଳି ରକ୍ତ ବାହାରିବା ଉପରେ ହେଲାଣି। ପେନ୍ ବି ମୋ ପାପୁଲି ଉପରେ ନଜର ପକାଏ। ମୋ ହାତ ଉପରେ ରଖିଥିବା କଲମ ମୂନକୁ ଆଗକୁ ଘୋଷାଡି ମୋ ପାପୁଲି ଉପରେ ଠେବେ, ମୋ ହାତ ମୁଠା ଖୋଲିବାକୁ ଇଶାରା କରି। ମୁଁ ହାତ ମୁଠା ନା ଖୋଲିବାରୁ ସେ ଆହୁରି ଜୋରରେ ସେଠି ଫୋଡ଼ୁଚି। ଓଃ... କାଟୁଛି ବହୁତ୍, କିନ୍ତୁ ମୁହଁରେ କଷ୍ଟକୁ ନା ଦେଖେଇ ମୁଁ ମୁହଁକୁ ଅଧିକ ଟାଣ କରି ରଖେ। ସେ ବି ମୋ ଆଖିରେ ସମାନ ଜିଦି ଦେଖେ, ଯେତିକି ଜିଦି ତାର ଅଛି, ମୋ ଆଖିରେ ବି ସେତିକି ଅଟଳ ନିଡରତା । ମୋ ଆଖିକୁ ଦେଖି ସେ କୁହେ " ମୁଁ କେବଳ ମାନସିକତାରେ ଖରାପ ନୁହେଁ, କାମରେ ବି ସେତିକି ଖରାପ।" ଏତିକି କହି ସେ ଈଙ୍କ - ପେନ୍ ଟା ମୋ ହାତ ପାପୁଲି ଭିତରକୁ ଗେବି ଦିଏ।
"ଆଃ.....।" ମୁଁ ପାଟି କରି ଚିଲ୍ଲେଇ କଷ୍ଟ ହେବାରୁ ହାତ ମୁଠା ଖୋଲିନିଏ । ଦେଖେ ତ, ପାପୁଲିରୁ ରକ୍ତ ବୋହିଲାଣି। ପେନ୍ ବି ମୋ ହାତକୁ ଦେଖେ କିନ୍ତୁ ତିଳେ ଖାତିର ନକରି ମିଷ୍ଟର ପିଟରଙ୍କୁ ଦେଖେଇ କୁହେ " ମୋ ସାଙ୍ଗରେ ଲାଗିଲେ ଭଲ ହେବନି ଅଙ୍କଲ। ଆଉ ମୋ ସହ ଖରାପ କରି କେହି ବର୍ତ୍ତି ଯାଇନାହାନ୍ତି କି ବର୍ତ୍ତିବେ ନାହିଁ ମଧ୍ୟ। ତୁମେ ସବୁଦିନେ ପ୍ରାର୍ଥନା କର, ତୁମ ପାଳି କେବେ ନ ଆସୁ।"
ସେଠି ସମସ୍ତେ ଚୁପଚାପ୍ ବସିଥିଲେ, ଶୁଭୁଥିଲା ଟା ଖାଲି ସମସ୍ତଙ୍କର ଗଭୀର ଗରମ ନିଃଶ୍ୱାସ। ଏତିକି କହି ପେନ ତା ହାତ ଗୋଟେ ରୁମାଲରେ ପୋଛିବ ଆରମ୍ଭ କଲା କାରଣ ଇଙ୍କ୍ - ପେନ୍ ରୁ କାଳି ବାହାରି ଟା ପାପୁଲି ସାରା ହୋଇଯାଇଥାଏ। ହାତ ପୋଛୁ ପୋଛୁ ଟା ଲୋକଙ୍କୁ କୁହେ "ୟାକୁ ଖୋଲିଦିଅ। ଏ କିଛି ଜାଣିନି।"
ତା ଲୋକମାନେ ଆସି ମୋ ହାତ ଖୋଲିଦେଲେ। ଆଉ ମୁଁ ମୋ ପାପୁଲିକୁ ଆର ହାତରେ ଚାପି ଧରିଥାଏ କାରଣ ରକ୍ତ ବୋହିବା ବନ୍ଦ ହେଉନଥାଏ।
ମୁଁ ଚଉକି ରୁ ଠିଆ ହେଇ ପେନ କୁ କୁହେ " ଆଗକୁ କୌଣସି ନିର୍ଦ୍ଦୋଷକୁ ଆଣି କଷ୍ଟ ଦେବା ଆଗରୁ ପ୍ରକୃତ ଦୋଷୀକୁ ଖୋଜିନେବେ। ଆଉ ଗୋଟେ କଥା ଆପଣଙ୍କର ଆଉ ଆପଣଙ୍କର ଅଙ୍କଲଙ୍କ ଭିତରେ ଯାହା ବି ଇସୁ ଥାଉ ନା କାହିଁକି, ବାହାର ଲୋକଙ୍କ ଉପରେ ସୁଝେଇବା ମୂର୍ଖାମି। ଯାହାର ଦୋଷ, ଦଣ୍ଡ ସେ ହିଁ ପାଇବା ଉଚିତ୍।"
ପେନ ମୋ ଆଡୁ ମୁହଁ ବୁଲେଇ ଦେଇ ତା' ଲୋକଙ୍କୁ କୁହେ
" ଜିମ୍ କୁ ନେଇ ବେସମେଣ୍ଟ ରେ ପକେଇ ଦିଅ। ଆଉ ତା ଘରେ ଫୋନ କରିଦିଅ, ସେ ଚାରିଦିନିଆ journal ଟ୍ରିପ ରେ ଚିକମାଙ୍ଗାଲୋର ଯାଇଛି। ଅଲିଭିଆ ଶୁଭିଲା?"
ଏକଥା ଶୁଣିଲା ପରେ ମୁଁ ପେନ ମୁହଁକୁ ଅନାଏ, ଆଉ ତା ' ପରେ ସେଇ ଜାଗାକୁ ଯୋଉ ଜାଗାରେ ଥୋପା ଥୋପା ରକ୍ତ ମୋ ହାତରୁ ଚଟାଣ ଯାକ ପଡ଼ି ଏବେ ମୋ ପାଦ ପାଖେ ଗଦା ହେଲାଣି। ମୁଁ ସେଠୁ ଆଉ କିଛି ନ କହି ଚାଲିଆସେ। ମୋ ପଛେ ପଛେ ଅଲିଭିଆ ମଧ୍ୟ ଆସି ଡାକ ପକାଏ। " ମିସ୍ ମାର୍ଟିନ। ପ୍ଲିଜ୍, ଆସନ୍ତୁ ମୁଁ ବ୍ୟାଣ୍ଡେଡ କରି ଦଉଛି।"
ମୁଁ ଅଲିଭିଆ କୁ ଚାହିଁ କୁହେ " ଥାଉ ଅଲିଭିଆ। ମୋତେ ଭୁଲ ବୁଝନି କିନ୍ତୁ ତୁମର ଏଇ ଅନୁକମ୍ପା ର ଆଗ୍ରହ ମୋର ନାହିଁ। ମୁଁ ଆସୁଛି।"
କହି ମୁଁ ମୋ ବାଟରେ ଚାଲିଆସେ।
Comments
Post a Comment