ତୁମେ ଆସିଲା pare- ୩ ।।

 ଯିଭା 


ହାତରେ ବ୍ୟାଣ୍ଡେ ଡ କରି ସାରି ମୁଁ କେବଳ ପେନ୍ ର ନୃଶଂଶତା କୁ ମନେ ପକାଉଅଛି। ଜଣେ ମଣିଷ ହେଇ ଏତିକି ଜଘନ୍ୟ ସେ କିପରି ହେଇ ପାରିଛି। ଜଣେ ଏକୁଟିଆ ଝିଅକୁ ଏମିତି ବାନ୍ଧି ଦୁର୍ବଳ ସଜେଇ ଦେଇ କଣ ପ୍ରମାଣ କରିଦେଲା ସେ। ନିଜ ମର୍ଦ୍ଦ ପଣିଆ। 


ହୁଁ... ଏମିତି କାମ କେବଳ ଭୀରୁ ଓ କାପୁରୁଷ ମାନେ ହିଁ କରି ପାରନ୍ତି। ଏମିତି ଭାବି ଭାବି ହାତ ଆଉଁସୁ ଆଉଁସୁ ଆମ ନିଉଜ ଚ୍ୟାନେଲ ର ଯିଏ ଜେନେରାଲ ମ୍ୟାନେଜର ସେ ମୋ ପାଖକୁ ଆସିଲେ। 


"ଯି ଭା ତୁମେ ଖୁବ୍ ସୁନ୍ଦର୍ କାମ କରିଛ। ଆଜି ପର୍ଯ୍ୟନ୍ତ ପେନ୍ ଟାଇଟଲ ନାଁ ରେ କେହି ଗୋଟିଏ ବି ଧାଡ଼ି ଲେଖି ନଥିଲେ, କିନ୍ତୁ ପ୍ରଥମ ଥର ତୁମେ ସାହସ କରିପାରିଲ । ଆଉ ସେଥିପାଇଁ ତୁମକୁ ମୁଁ ଆମ ନ୍ୟୁଜ ପେପର୍ ର ବେଷ୍ଟ ରିପୋର୍ଟ ଏଡ଼ିଟର ଭାବେ ନିଯୁକ୍ତ ଦେବାକୁ ଚାହୁଁଛି।" 


ସାରଙ୍କ କଥା ଶୁଣି ପ୍ରଥମେ ମୋତେ ବିଶ୍ୱାସ ହେଉ ନଥିଲା। ମୁଁ ତା ଠିକ୍ ଏଇ ସୁଯୋଗ ରେ ଥିଲି।କେବେ ମୋତେ ମଉକା ମିଳିବ ନିଜକୁ ଆଉ ନିଜ ଦକ୍ଷତା କୁ ପ୍ରମାଣ କରିବାକୁ। ଆଉ ପେନ୍ ଟାଇଟଲ ନାଁ ଯେ ମୋ ପାଇଁ କେତେ ଶୁଭ ଏବେ ଠାରୁ ହିଁ ଜଣା ପଡ଼ୁଛି। ଗୋଟିଏ ନ୍ୟୁଜ୍ କଣ ଛାପିଲି, ସିଧା ଚିଫ ଏଡ଼ିଟର ପୋଷ୍ଟ କୁ ପ୍ରମୋସନ। 


ନିଜକୁ ମନରେ ମନରେ ସାବସି ଦେଇଦେବେ ପରେ ପୁରା ପୁରି ଲାଗୁନି ବୋଳା କଣ୍ଠ ସ୍ଵରରେ ସାରଙ୍କୁ କହିଲି," ମୁଁ ପ୍ରସ୍ତୁତ ଅଛି ସାର୍।"


ସେ ଟିକେ ସ୍ମିତ ହସି ଦେଇ କହିଲେ,"ଠିକ୍ ଅଛି। ତୁମେ ଖୁସି ଆଛା ତ ତୁମକୁ ଆଉ ଗୋଟିଏ କାମ କରିବାକୁ ପଡ଼ିବ। ଆସନ୍ତା ସୋମବାର ଦିନ ମୁଁ ତୁମକୁ ଛିଫ ଏଡ଼ିଟର ଭାବେ ଘୋଷଣା କରିବି କିନ୍ତୁ ତା ଆଗରୁ ଆଉ କିଛି ଅଛି ପେନ୍ ବିଷୟରେ ତା କମ୍ପାନୀ ବିଷୟରେ ଯାହାକୁ କି ତୁମକୁ ଲୋକ ଲୋଚନ କୁ ଅଣା ଯିବା ନିହାତି ଜରୁରୀ। କରିବ ନା ?" 

ତାଙ୍କର ସ୍ମିତ ହସ ସେଦିନ ଭଲ ଲାଗୁନଥିଲା, ଏମିତି ଲାଗୁଥିଲା ଯେମିତି ସେଥିରେ କିଛି ଅପମିଶ୍ରିତ ଷଡ଼ଯନ୍ତ୍ର ସାମିଲ ରହିଛି। କିଛି ସେଦିନ ଖୁସିରେ ମୋ ପାଦ ତଳେ ଲାଗୁନଥିଲା, ଆଉ ମୁଁ ମୋ ଉପରକୁ ଘୋଟି ଆସୁଥିବା ଚକ୍ରାନ୍ତ ର ଅନ୍ଧକାର କୁ ଦେଖି କରି ମଧ୍ୟ ନଜର ଅନ୍ଦାଜ କରିଦେଲି। 

ମୋ ବାବା ମୋତେ ସବୁବେଳେ କୁହନ୍ତି, "ଏ ଯୌର୍ଣାଲିସଂ ତୋ ପାଇଁ  ଠିକ୍ ନୁହେଁ। ତୁ ପୂର୍ବପରି ଲାଇବ୍ରେରୀଆ ନ ପାଇଁ କାହିଁକି ଭାବୁନୁ।"

"ବାବା, ମୁଁ  ଲାଇବ୍ରେରୀଆ ନ ପୋଷ୍ଟ ପାଇଁ ଆପ୍ଲିକେସନ ଦେଇଛି। କିନ୍ତୁ ଏ ଯାଏଁ ସେଥିପାଇଁ କିଛି ଅପ୍ରୁଭାଲ ଆସିନି। ଯେତେବେଳ ଯାଏଁ ସେଇଟା ନା ହେଇଛି, ଏଇଟା ରେ ଲାଗିଯାଇଥିବି।" 


ଆଉ ସତକୁ ସତ ହେଲା ଯେ ମୁଁ ଏଇ ଯୌର୍ଣାଲିସଂ ର ଯ ଅକ୍ଷର ବି ଜାଣିନି। ମୋତେ ଏଇଠି କିଛି ବି ମିଳୁ ନଥିଲା। କୌଣସି ଅର୍ଟିକଲ ମୁଁ ଠିକ୍ ରେ ଲେଖି ପରୁନଥିଲିଆଉ ସବୁବେଳେ ଗାଳି ହିଁ ଖାଉଥିଲି। କିନ୍ତୁ  ହଠାତ୍ ମୋ ଭାଗ୍ୟ ବଦଳି ଗଲା। ଯେଉଁଦିନ ଜେମ୍ସ ଆସିଲା। ସେ ବି ମୋ ଭଳି ଜଣେ ଇଣ୍ଟର୍ନ। ନିଜକୁ ସଫଳ କରି ଗଢି ତୋଳିବା ରେ ତାର ପ୍ରବଳ ଇଚ୍ଛା। 


ସେ ହିଁ ଗୋଟିଏ ଦିନ ପେନ୍ ଟାଇଟଲ ର ନ୍ୟୂଜ୍ ଆଣି ମୋତେ ଦେଇଥିଲା। କିନ୍ତୁ ମୁଁ ଯେତେବେଳେ କହିଲି ଯେ ତା ନିଜ ନାଁ ରେ ପବ୍ଲିଶ କରାଯାଉ। ସେ ମନା କରିଦେଲା। ଆଉ ଆମ ଜେନେରାଲ ମ୍ୟାନେଜର ବୁଝାଇବା ପରେ ମୁଁ ମୋ ନାଁ ରେ ସେ ନ୍ୟୁଜ୍ ଲେଖିବା ପାଇଁ ରାଜି ହେଇଗଲି। କିନ୍ତୁ କିଏ ଜାଣିଥିଲା, ହଠାତ୍ ଏ ନ୍ୟୁଜ୍ ପେନ୍ ନିଜେ ଦେଖି ଏତେ ରାଗି ଯିବା ବୋଲି। କିନ୍ତୁ ଯାହା ବି ହେଉ, ମୋ ଜୀବନ ର ଉତ୍ଥାନ ତ ଆରମ୍ଭ ହେଇ ସାରିଛି। ତେଣିକି ସେ ରାଗୁ କି ଜଳି ପୋଡ଼ି ପାଉଁଶ ହେଉ, ମୋର କି ଯାଏ। 


କିନ୍ତୁ ମୁଁ ବି ଛାଡ଼ିବା ଜନ୍ତୁ ନୁହେଁ। କାରଣ ସେ କନଫରେନ୍ସ ରୁମ୍ ରେ ହେଇଥିବା ଅପମାନ ର ପ୍ରତିଶୋଧ ତା ମୁଁ ନେଇକି ହିଁ ରହିବି। ତେଣିକି ଯାହା ବି ହେଇଯାଉ। 


ଆଉ ସେଇ ଅଭିଯାନ ଏବେ ଆରମ୍ଭ ହେଇ ସାରିଛି। ମିଷ୍ଟର ଟାଇଟଲ, ତୁମକୁ ଯଦି ମୁଁ ଦିନରେ ତାରା ନ ଦେଖେଇଛି, ମୋ ନାଁ ବି ଜିଭାଙ୍କା ମାର୍ଟିନ ନୁହେଁ। 


ଠିକ୍ ସେହି ସମୟରେ ମୋ ଫୋନ କୁ ଗୋଟିଏ କଲ ଆସିଲା, ଆଉ ପଚାର କିଏ ଫୋନ କରିଥିଲା। ଯେମ୍ସ। 

"ଭେରୀ ନାଇସ। ତୁମେ ଜେମ୍ସ ପୁରୁଷ ମାନଙ୍କ ଭିତରେ ତ ରାଜକୁମାର ବାହାରିଲ। ଆଜି କଣ ହେଇଛି ଜାଣିଛ, ମୋତେ ଚିଏଫ ଏଡ଼ିଟର ହେବାକୁ ପ୍ରୋପୋସଲ୍ ଆସିଛି। ଆଉ ସେସବୁ କେବଳ ତୁମ ପାଇଁ। ସୁନା ମୁଁ ମ୍ୟାନେଜର କୁ କହିବି ତୁମର ପ୍ରୋମୋସନ ପାଇଁ ବି କହିବେ। ଓକେ।"


"ଅଭିନନ୍ଦନ ମ୍ୟାମ୍। କିନ୍ତୁ ଏଥର ଆପଣଙ୍କୁ ବିରିୟାନି ଦେବାକୁ ପଡ଼ିବ। ସୁନୁପାମ୍ପୁଡ଼ି ରେ କାମ ଚଳିବ ନାହିଁ। କିନ୍ତୁ ଆଉ ଗୋଟିଏ ଦୁଃଖ ଖବର ବି ଅଛି, ଆଉ ସେଇଟା ଶୁଣିଲା ପରେ ଆପଣଙ୍କ ସବୁ ଖୁସିରେ ପାଣି ପଡ଼ିଯିବ।"


"ଜେମ୍ସ, ସିଧା ସିଧା କୁହ କାନ କହିବାର ଅଛି। ମୋତେ ବୁଲେଇ ବଙ୍କେଇ କହିଲେ ବୁଝା ଆସେନି ତୁମେ ଜାଣିଛ ତ।"


"ସିଧା କଥା ଯେ, ଆମେ ଯେଉଁ ନ୍ୟୁଜ୍ ପବ୍ଲିଶ୍ କରିଥିଲେ, ତାର କୌଣସି ପ୍ରଭାବ ପେନ୍ ଉପରେ ପଡ଼ିବାକୁ ଯାଉନି, କାରଣ ସେ ପୋଲୁସନ କଣ୍ଟ୍ରୋଲ ବୋର୍ଡ ଲୋକଙ୍କୁ ବି ଲାଞ୍ଚ ଦେଇ କିଣି ନେଇଛି, ଆଉ ତାଙ୍କ କମ୍ପାନୀ ଏବେ କ୍ଲିନ୍ ଚିଟ୍ ପାଇ ସାରିଛି। ମୋତେ ତ ଦୁଃଖ ଏଥିପାଇଁ ଲାଗୁଛି, ଯେ ଆମେ କରିଥିବା ସବୁ ପରିଶ୍ରମ ବେକାର ଗଲା। ମୋତେ ତ ଲାଗୁଛି, ଏଇ ନ୍ୟୁ ଯ ମାଧ୍ୟମରେ ମୁଁ କିଛି କରି ପରି

ଥାଆନ୍ତି କିନ୍ତୁ ମୋର ସବୁ ଆଶା ଆଶା ରେ ଗଭହିଁ ରହି ଯିବା ଭଳି ଲାଗୁଛି। 

"ତୁମେ ଚିନ୍ତା କରନି ଜେମସ। ମୁଁ କିଛି ଗୋଟିଏ ଉପାୟ ନିଶ୍ଚିତ ବାହାର କରିବି। ପେନ୍ ଟାଇଟଲ ର ସତ ନିଶ୍ଚିତ ଦିନେ ସାମ୍ନାକୁ ଆସିବା , ଆଉ ତୁମେ ନିଶ୍ଚିତ ପ୍ରମୋଶନ ହେବ। ବାସ୍ ତୁମେ ଏବେ ମୁଣ୍ଡରୁ ସବୁ ଚିନ୍ତା ଦୁଇଟା କରି ଭାବ ଯେ କେମିତି ପେନ୍ ର ସତ ବାହାରିବ।"


" ହଁ, sure madam। ମ୍ୟାମ ଆଉ ଗୋଟିଏ କଥା ମୋ ମୁଣ୍ଡରେ ଅଛି। ଟାଇଟଲ ଫର୍ମାଉଟିକଲ ବିଷୟରେ ବହୁତ୍ ଆଗରୁ କିଛି ଖବର ଥିଲା। ଇନଫର୍ମେସନ ରୁମ୍ ରେ। କିନ୍ତୁ ଟାଇଟଲ ସ ମାନେ ଏତେ ପାୱର୍ଫୁଲ ଥିଲେ ଯେ ସେ ଘଟଣା କୁ ଚପେଇ ଦିଅ ଗଲା ପଇସା ବଳରେ। ଆପଣ ଯଦି ଚାହିଁବେ ଆମ ସେଇ ଘଟଣା କୁ ପୁଣି ଥରେ ତନ୍ନ ତନ୍ନ କରି ଖୋଜି ସତ ବାହାର କରି ପାରିବା। ଆଉ ସେଇଥିରୁ ହିଁ କିଛି ସୁରାକ ମିଳି ଯାଇ ପାରେ। "


"ଠିକ୍ ଅଛି। ତୁମେ ଅଫିସ କେତେବେଳେ ଆସୁଛ ?"


"ମ୍ୟାମ ମୁଁ ବାସ୍ ଦଶ ମିନିଟ ରେ ଯାଇ ପହଞ୍ଚୁଛି।"


ଏହା କହି ସେ ଫୋନ ରଖିଦେଲା। ଆଉ ଆରମ୍ଭ ହେଲା ଆମ ଦୁଇ ଜଣଙ୍କର ପେନ୍ କୁ ଧୂଳିସାତ କରିବାର ମାଷ୍ଟର ପ୍ଲାନ୍। 


ଇନଫର୍ମେସନ୍ ରୁମ୍ ରେ ଦୀର୍ଘ ପନ୍ଦର ବର୍ଷ ତଳର ଫାଇଲ କାଗଜ ପତ୍ର ଖୋଜୁ ଖୋଜୁ ଶେଷରେ ସେ କାଗଜ ମିଳିଲା।

ଯେପରି ସେ ଫାଇଲ ଜେମ୍ସ କୁ ମିଳିଲା ,"ସେ ପାଟି କରି ଡାକିଲା। ଉଇରେକ୍ଙ୍ଗଆ  । 


"ସତରେ ମିଳିଲା। 

ଜେମଡ କହିଲା ୟେସ। ୟୁ ଫାଉଣ୍ଡ ଇଟ।"

ଚୁପ୍ବ କର ଆମେ ଦୁହେଁ। 

ହଉ କହୁଛ ଯଦି। 


ଵହୁତ୍ ତଥ୍ୟ ମଧ୍ୟ ମିଳିଲା। ସେଥିରୁ । ଆଉ ଯାହା ସେଥିରୁ ମୁଁ ବୁଝିଲି ଆଖି ଖୋଜି ହେଇଥିବାର ଥିଲା। 

ଫର୍ମଉଟିକଲ ରେ ନିଆଁ ଲାଗିବାର ବୃତ୍ତାନ୍ତ। ଯାହା ସବୁ କିଛି ମିଳିଲା ସବୁକୁ ମିଶେଇ କରି ମୁଁ ସତ୍ୟତା ଜାଣିବାକୁ ଚେଷ୍ଟା କଲୁ। 


ସେ ନିଆଁ ସେତେବେଳେ ଦୁର୍ଘଟଣା ବୋଲି କୁହାଯାଇ ଥିଲା। କିନ୍ତୁ ସବୁ ସତ ଲେଖା ଯାଇ ନଥାଏ କିମ୍ବା ଆଖି ଦେଖା ଘଟଣା ସତ ହେଇ ନଥାଏ। ସେତେବେଳେ ଟାଇଟଲ ଫର୍ମାଉତିକଲ ଉର୍ଣଟି ର ଶିକ୍ଷାର ରେ ଥିଲା। ମିଷ୍ଟର ଫି ଓ ନିକ୍ସ ଟାଇଟଲ କମ୍ପାନୀ ର ସି ଇ ଓ ତଥା ମାଲିକ ମଧ୍ୟ ଥିଲେ। ସେତେବେଳେ ଟାଇଟଲ ଫର୍ମା ଉଟିକଲ ନୂଆ ନୂଆ ଔଷଧ ଉପରେ ନିଜର ଗବେଷଣା ଜାରି ରଖିଥିଲେ। ପ୍ରଥମ ଥର ପାଇଁ ମିଷ୍ଟର ଫି ଓ ନିକ୍ସ ଚାହୁଁଥିଲେ ଯେ ତାଙ୍କ କମ୍ପାନୀ ର ପ୍ରଡକ୍ଟ ଭିତରୁ ଛୁଆ ମାନେ ମଧ୍ୟ ଲାଭ ବାନ ହୁଅନ୍ତୁ। ଆଉ ସେଥିପାଇଁ ସେ ଛୁଆ ମାନଙ୍କ ଔଷଧ ତିଆରି ପାଇଁ ଗୋଟିଏ ଅଲଗା ରିସର୍ଚ୍ଚ ସେଣ୍ଟର୍ ଖୋଲି ଲେ। 

ଦୁର୍ଭାଗ୍ୟବଶତଃ ଲୋଭ  ମିଷ୍ଟର ଫି ଓ ନିକ୍ସ ଙ୍କୁ ଗୋଡେଇ ଖାଇଲା। ଯେଉଁ ରିସର୍ଚ୍ଚ ସେଣ୍ଟର ସେ ଛୁଆ ମାନଙ୍କ ଭଲ ପାଇଁ ଖୋଲି ଥିଲେ, ସେଇଥିରେ ଗୋଟିଏ ଭେକ୍ସାଇନ ଟେଷ୍ଟ କରାଯାଉ ଥିଲା। କିନ୍ତୁ ସେ

 ଭେକ୍ସାଇନ ର ସଫଳତା ପୂର୍ବକ  କାର୍ଯ୍ୟ କରିବା। ପାଇଁ କିଛି ଏମିତି ରସାୟନ ଦରକାର ପଡୁଥିଲା ଯାହାକି କେବଳ କ୍ୟୁବା ରୁ ମଗା ଯାଉଥିଲା। କିନ୍ତୁ ଆମଦାନୀ ହେତୁ ସେଥିରେ ବହୁତ୍ ଅଧିକ ଟିକସ ଦେବାକୁ ପଡୁଥିଲା। ଫଳରେ କମ୍ପାନୀ ର କଷ୍ଟ କମ୍ କରିବା ପାଇଁ ଯାଇ ଆମ ଦେଶରେ ହିଁ ମିଳୁଥିବା ସେହି ରସାୟନ ର ଅଲ୍ଟର୍ଣାଟିଭ କେମିକାଲ ମଗାଯାଇ ବ୍ୟବହୃତ ହେଲା। ଏଵଂ ଟଙ୍କା ଲୋଭରେ ମଧ୍ୟ ଭେକ୍ସିନେ ର ଯାଞ୍ଜ ପରତାଳ କରୁଥିବା ଲୋକ ମାନେ ସମସ୍ତେ ମିଷ୍ଟାର ଫିଓନିକ୍ସ ଙ୍କ ପକେଟ୍ ରେ ରହିଲେ। କେହି କିଛି ଜାଣି ପାରିଲେ ନାହିଁ।  ଯେତେବେଳେ ସେହି ଭା କ୍ସିନ ଛୁଆଙ୍କ ଦେହରେ ହସ୍ପିଟାଲ ରେ ବ୍ୟବହାର ହେଲା, ସେହି ହସ୍ପିଟାଲ ରେ  ଭେକ୍ସିନ ନେବାର ୧୦ ଘଣ୍ଟା ମଧ୍ୟରେ ବାର ଜଣ ଶିଶୁ ମୃତ୍ୟୁ ବରଣ କଲେ। 


ଟାଇଟଲ କମ୍ପାନୀ ଏହି ଖବର ବନ୍ଦ କରିବାକୁ ଲକ୍ଷେ ଉଦ୍ୟମ କଲେ ସୁଦ୍ଧା, ଏହି ଖବର ହୁ ହୁ ହେଇ ନିଆଁ ଭଳି ବ୍ୟାପି ଗଲା। କିନ୍ତୁ ପ୍ରମାଣ ପାଇଁ ଯେତେବେଳେ ପୋଲିସ ଆଉ କ୍ରାଇମ ବ୍ରାଞ୍ଚ ଅଫିସରମାନେ ଟାଇଟଲ ଫ୍ୟାକ୍ଟ୍ରି ଆଉ କମ୍ପାନୀ ଉପରେ ଚଢ଼ାଉ କରିବାକୁ ଯାଉଥିଲେ, ସେତେବେଳେ କମ୍ପାନୀ ରେ ନିଆ ଲାଗି ଦୁର୍ଘଟଣା ଘଟିଲା। ପୁରା ଫ୍ୟାକ୍ଟ୍ରି ,ଲ୍ୟାବ, ନୂଆ ମେଡିସିନ ର ରିସର୍ଚ୍ଚ ସେଣ୍ଟର ସବୁ ଜଳି ପୋଡ଼ି ପାଉଁଶ ହେଇଗଲା। କିନ୍ତୁ ଦୁଃଖ ର ଖବର ଏହା ଥିଲା ଯେ ମୀଷ୍ଟର ଟାଇଟଲ ମଧ୍ୟ ସେହି ନିଆଁରେ ଦୁର୍ଘଟଣା ର ଶିକାର ହେଇଥିଲେ। ସେବେଠାରୁ ପିଟର ଏବେ ଯାଏଁ ପେନ୍ ର ବାପା ଓରଫ ଫେଓନିକ୍ସ ର ପୁରା କମ୍ପାନୀ ର ଦାୟିତ୍ଵ ବହନ କରି ଆସୁଛନ୍ତି।


ଆମେ ଯାହା ବି ତଥ୍ୟ ପାଇଥିଲୁ ସେ ଆଧାର ରେ ମୁଁ ଏହି ଉପରେ ହିଁ ଉପନୀତ ହେଉଛି।  କିନ୍ତୁ ପୋଲିସ ମତରେ ଏହି ସବୁ କିଛି ହେଇ ନଥିଲା।  ଏଲେକ୍ଦୁଟ୍ରି ସାର୍ଟ ସର୍କିଟ ହେଇ ଫ୍ୟାକ୍ଟ୍ରି ରେ ନିଆ ଲାଗିଥିଲା ।   ପ୍ରାୟ କେହି ଇଞ୍ଜୁର୍ଡ ହେଇ ନଥିଲେ କାରଣ ନିଆଁ ରାତିରେ ଲାଗିଥିଲା। ଆଉ ରିସର୍ଚ୍ଚ କରୁଥିବା docor ଙ୍କ ଲାଶ ବୋଧେ କେହି ଦେଖି ନଥିଲେ । କେହି ଯଦି ମୃତ୍ୟୁବରଣ କରିଥିଲେ ତା ସେ କମ୍ପାନୀ ମାଲିକ mr। ଫିଅନିକ୍ସ ଟାଇଟଲ। ଆଉ ଡକ୍ଟର। କେହି ଚେଷ୍ଟା କରି ମଧ୍ୟ mr ଫେଓନିକ୍ସଙ୍କୁ ବଞ୍ଚେଇ ପାରି ନଥିଲେ। 


ବାସ୍ ଏଇ ଖବର କୁ ପୁଣି ଥରେ ବାହାର କରିବାର ଅଛି। 

ଏମିତି ଭାବି ସେ ନିଜ ମୁଁ ଅପଡେଟ କରିବାକୁ ଲାଗିଲି, ସାଥିରେ ସପୋର୍ଟ ତ ଥିଲା ହିଁ। ଆଉ କଣ ଦରକାର। ଯେତେବେଳେ ରିପୋର୍ଟ ସରିଲା, ଆଉ ଏଡିଟ ହେଇଗଲା, ସାର୍ james ମୋ ସହ ହାଇ ଫାଇଭ କରି କହିଲେ ୟୁ ଡିଡ ଇଟ୍। 


ମୁଁ ଏକ ସେ ସବୁ ଶ୍ରେୟ ନେବାକୁ ଚାହୁଁ ନଥିଲି, ତେଣୁ ତାଙ୍କୁ ମଧ୍ୟ କହିଲି ଯେ ସବୁ ଆମେ ମିଶିକରୀ ପରିଶ୍ରମ କରିଛେ। 


ଆଣ୍ଡ ମୁଁ କଣ ଜାଣିଥିଲି ଖୁବ୍ ଅଳ୍ପ ସମୟରେ ସେହି ଅର୍ଟିକ୍ଲେ ମୋ ଜୀବନରେ ଏକ ବହୁତ୍ ବଡ଼ ଘୂର୍ଣି ଝଡ଼ ନେଇ ଆସୁଛି। 

 


Comments

Popular posts from this blog

ତୁମେ ଆସିଲା ପରେ ୪

Theory of not having complaints